ଓଡ଼ିଶାଲାଇଭ୍‌ ବ୍ୟୁରୋ

ତିନି ପ୍ରମୁଖ ଦଳ (ବିଜେଡି, ବିଜେପି, କଂଗ୍ରେସ) ପ୍ରଚାରକୁ ଜୋରସୋର କରିଛନ୍ତି। ବିଜେପିର ବହୁ ହେଭିୱେଟ୍‌ ନେତା ଓଡ଼ିଶାରେ ପ୍ରଚାର କରୁଛନ୍ତି। ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିର୍ବାଚନୀ ପ୍ରଚାର ଲାଗି ପୁରୀ ଗସ୍ତରେ ଆସୁଛନ୍ତି।

ଏପ୍ରିଲ ୭ରେ ଅସ୍କା ଲୋକସଭା ଆସନର ପୋଲସରା ନିର୍ବାଚନ ସଭାରେ ଯୋଗ ଦେଇଥିଲେ। ଏବଂ ନବୀନକୁ ଟାର୍ଗେଟ କରିଥିଲେ। ଠିକ୍‌ ଏହାର ଗୋଟେ ଦିନ ପରେ ଓଡ଼ିଶାକୁ ପୁଣିଥରେ ଆସୁଛନ୍ତି ଅମିତ ଶାହ।

ଓଡ଼ିଶାରେ ବିଜେପି ସ୍ଥିତି ସୁଦୃଢ଼ କରିବା ପାଇଁ କାଲି ପୁଣି ଅମିତ ଶାହ ଓଡ଼ିଶା ଗସ୍ତ କରିବେ। କାଲି ଶାହ ପୁରୀ ବଡ଼ଦାଣ୍ଡରୁ ବାହାରି ମାଉସୀ ମା’ ମନ୍ଦିର ଯାଏଁ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି।

ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶିବରାଜ ସିଂ ଚୌହନ, ରଘୁବର ଦାଶଙ୍କ ପରି ବରିଷ୍ଠ ନେତା ଆସି ଓଡ଼ିଶାରେ ବିଜେପି ଲାଗି ପ୍ରଚାର କରିସାରିଛନ୍ତି।

ବିଜେପି ୨୦୧୯ ନିର୍ବାଚନରେ ୧୨୦ ପ୍ଲସ ମିଶନକୁ ସଫଳ କରିବା ଲାଗି ବଭିନ୍ନ ରଣନୀତି ଆପଣାଉଛି। ତେବେ ଦେଖିବାକୁ ବାକି ରହିଲା ଏଥର ଜନମତ କାହା ସପକ୍ଷରେ ଯିବ।

Comment