ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୭ ବିଜେପି ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ। ରମା ରଞ୍ଜନ ବଳିୟାରସିଂହ ହେଲେ ରାଜ୍ୟ ଉପ ସଭାପତି, ସୁରେନ୍ଦ୍ର ପଣ୍ଡା ହେଲେ ସମ୍ପାଦକ।

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ସଂଗଠନରେ ୭ ବରିଷ୍ଠ ନେତାଙ୍କୁ ମିଳିଛି ନୂଆ ଦାୟିତ୍ୱ। ଦଳୀୟ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଦଳ ଏଭଳି ନିଷ୍ପତ୍ତି ନେଇଛି। ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ:

  • ରମା ରଞ୍ଜନ ବଳିୟାରସିଂହ – ରାଜ୍ୟ ଉପ ସଭାପତି
  • ସୁରେନ୍ଦ୍ର ପଣ୍ଡା – ସମ୍ପାଦକ
  • ସୁଦିପ୍ତ ରାୟ – ପୁରୀ ସଂସଦୀୟ କ୍ଷେତ୍ରର ନିର୍ବାଚନ ସଂଯୋଜକ
  • ଗୋବିନ୍ଦ ଅଗ୍ରଓାଲ – ରାଜ୍ୟ ପ୍ରବକ୍ତା ଓ ସମ୍ବଲପୁର ସଂସଦିୟ କ୍ଷେତ୍ରର ପ୍ରଚାର ସହ ସଂଯୋଜକ
  • ବିନୋଦ ଦାସ – କଟକ ସଂସଦିୟ କ୍ଷେତ୍ରର ପ୍ରଚାର ସଂଯୋଜକ
  • ପ୍ରିୟବ୍ରତ ମାଝି – ଅନୂସୁଚିତ ଜନଜାତି ମୋର୍ଚ୍ଚାର ସାଧାରଣ ସମ୍ପାଦକ
  • ସୁଶାନ୍ତ ମଲ୍ଲିକ – ଅନୂସୁଚିତ ଜାତି ମୋର୍ଚ୍ଚାର ସଭାପତି
  • ଛୋଟେଲାଲ ମହନ୍ତ – ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରର ପ୍ରଚାର ସହ ସଂଯୋଜକ
  • ସନ୍ତୋଷ ପ୍ରଧାନ – ବିଜେପି ଯୁବମୋର୍ଚ୍ଚାର ଉପସଭାପତି

Comment