ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ନିର୍ବାଚନର ବିଗୁଲ ବାଜି ସାରିଛି। ଏହା ଭିତରେ ଭାରତୀୟ ଜନତା ପାର୍ଟି ସୋମବାର ଦିନ ୨୦୧୯ ପାଇଁ ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ଏହି ଘୋଷଣା ପତ୍ରରେ ବିଜେପି ଜମ୍ମୁ କଶ୍ମୀରକୁ ବିଶେଷ  ରାଜ୍ୟ ମାନ୍ୟତା ଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୫-ଏ  ବିଷୟରେ ଏକ ବଡ ଘୋଷଣା କରିଛନ୍ତି। ଆଉଥରେ ସରକାରକୁ ଆସିଲେ ଅନୁଚ୍ଛେଦ ୩୫-ଏ କୁ ଉଚ୍ଛେଦ କରିବାର ପ୍ରତିଶ୍ରୁତି ରଖିଛି ଭାରତୀୟ ଜନତା ପାର୍ଟି।

ବିଜେପି ନିଜ ସଂକଳ୍ପ ପତ୍ରରେ ଲେଖିଛି ଯେ,”ଆମେ ଧାରା ୩୫-ଏ କୁ ଉଚ୍ଛେଦ କରିବା ପାଇଁ ପ୍ରତିବଦ୍ଧ ଅଟୁ,” ଧାରା ୩୫-ଏ  ଜମ୍ମୁ କାଶ୍ମୀରର ଅସ୍ଥାୟୀ ବାସିନ୍ଦା ଏବଂ ମହିଳାମାନଙ୍କ ପ୍ରତି ଭେଦଭାବ ଆଚରଣ କରେ। ଏହି ଧାରା ଜମ୍ମୁ କାଶ୍ମୀରର ବିକାଶ ପାଇଁ ବାଧକ ଅଟେ। ରାଜ୍ୟର ସମସ୍ତ ନିବାସୀଙ୍କ ପାଇଁ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ପଦକ୍ଷେପ ନେବୁ। ଆମେ କାଶ୍ମିରୀ ପଣ୍ଡିତଙ୍କୁ ଫେରାଇ ଆଣିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିବୁ।“

କ’ଣ ଏହି ୩୫ (ଏ)ଧାରା ?

ଅନୁଚ୍ଛେଦ ୩୫(ଏ)କୁ ମେ ୧୪ରେ ତତ୍‌କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପାରିତ କରିଥିଲେ। ଏହି ଆଦେଶ ଅନୁସାରେ ଭାରତର ସମ୍ବିଧାନ ୩୭୦ ଧାରାରେ ଆଉ ଏକ ଅନୁଚ୍ଛେଦ ଯୋଡ଼ି ହୋଇଗଲା। ଅନୁଚ୍ଛେଦ ୩୫(ଏ) ଅନୁସାରେ କାଶ୍ମୀରରେ ରହୁଥିବା ଅସ୍ଥାୟୀ ବାସିନ୍ଦା କଶ୍ମୀରରେ ଜମି କିଣିପାରିବେ ନାହିଁ। ଭାରତର ଅନ୍ୟ କୌଣସି ରାଜ୍ୟ ନିବାସୀ ଜମ୍ମୁ କଶ୍ମୀର ସ୍ଥାୟୀ ନିବାସୀ ହୋଇପାରିବେ ନାହିଁ।

ସେହପରି ଭାରତୀୟ ସମ୍ବିଧାନର ଧାରା ୩୭୦ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଇଛି।

LEAVE A REPLY

Please enter your comment!
Please enter your name here