ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନୂଆପଡ଼ା ଜିଲ୍ଲା କୋମନାରେ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କୋମନା ନିର୍ବାଚନୀ ସଭାରେ ନବୀନ ଉଦ୍ବୋଧନ ଦେଇଛନ୍ତି। ଏହି ଉଦ୍ବୋଧନରେ ନବୀନ ମହିଳାଙ୍କୁ ଗୁରୁତ୍ୱ ଦେଇଛନ୍ତି।
ସେ କହିଛନ୍ତି, “ମା’ମାନେ ବିକାଶର ଡବଲ ଇଞ୍ଜିନ୍। ବିଜେଡି ଇସ୍ତାହାରରେ ମା’ ଓ ଝିଅମାନଙ୍କୁ ଗୁରୁତ୍ୱ ଦିଆଯାଇଛି। ମିଶନ୍ ଶକ୍ତିରେ ମା’ମାନଙ୍କୁ ବର୍ଷକୁ ୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ କାମ ଦିଆଯିବ। ଗରିବ ଝିଅମାନଙ୍କର ବାହାଘର ପାଇଁ ୨୫ ହଜାର ଟଙ୍କା ଲେଖାଏଁ ଦିଆଯିବ। ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କ ପାଇଁ ଦୁର୍ଘଟଣା ବୀମା। ଏସ୍ଏଚ୍ଜିଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସୁବିଧା ଦିଆଯିବ।”
ନୂଆପଡ଼ାର ଖରିଆରରେ ନବୀନ ରୋଡ ସୋ କରିଛନ୍ତି। ହାଇଟେକ୍ ବସ୍ରେ ବସି ନବୀନ ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଥିଲେ। ଏହପୂର୍ବରୁ ନବୀନ ମହିଳାଙ୍କ ବକାଶ ଉପରେ ଗୁରୁତ୍ୱ ଦେଇ ଆସୁଥିଲେ। ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଯୋଗାଇ ଦିଆଯାଉଥିଲା। ଏହାକୁ ୧୦ ଲକ୍ଷ ଟଙ୍କା ବୃଦ୍ଧି କରିବା ପାଇଁ ନବୀନ ଘୋଷଣା କରିଛନ୍ତି।














