ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଆଉ ମାତ୍ର ଗୋଟିଏ ଦିନ ପରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ୪ ଟି ଲୋକସଭା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଏହି ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ବୁଥ୍‌କୁ ଇଭିଏମ୍‌ ମେସିନ ସହ ପୁଲିଂ କର୍ମଚାରୀ ଯାଉଛନ୍ତି।

ସାଧାରଣତଃ ଗୋଟଏ ଦିନ ପୂର୍ବରୁ ପୁଲିଂ କର୍ମଚାରୀମାନେ ବୁଥ୍‌କୁ ଯାଇଥାନ୍ତି ହେଲେ ଏଥର ଦୁଇ ଦିନ ପୂର୍ବରୁ ପୁଲିଂ କର୍ମଚାରୀଙ୍କୁ ବୁଥ୍‌କୁ ପଠାଯାଇଛି।

ଏଥିସହ ମାଓ ପ୍ରବଣ ଅଞ୍ଚଳଗୁଡ଼ିକରେ ଶାନ୍ତି ଶୃଙ୍ଖଳାରେ ମତଦାନ ପାଇଁ ପେଟ୍ରୋଲିଂ ବ୍ୟବସ୍ତା କଡ଼ାକଡ଼ି କରାଯାଇଛି। ମୁକ୍ତ ଓ ଅବାଧ ନିର୍ବାଚନ ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଅତିରକ୍ତ ଡିଜି ବିକେ ଶର୍ମା।

ଏହି ଅଞ୍ଚଳଗୁଡ଼ିକରେ ମତଦାନ ସମୟରେ କୌଣସି ହିଂସା, ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସ ସଜାଗ ରହିଛି।

Comment