ଓଡ଼ିଶାଲାଇଭ୍ ବ୍ୟୁରୋ
ପିଏମ୍ ମୋଦିଙ୍କ ବାୟୋପିକ ନିର୍ମାଣ ହେବା ଦିନରୁ ହିଁ ବିବାଦରେ ରହିଛି। ନିର୍ବାଚନ ଆୟୋଗ ଏହି ଫିଲ୍ମର ରିଲିଜ ଉପରେ ରୋକ ଲଗାଇଛନ୍ତି। ଏପ୍ରିଲ ୧୧ ଅର୍ଥାତ୍ ଆସନ୍ତା କାଲି ଫିଲ୍ମ ରିଲିଜ ହେବ ନାହିଁ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ନିର୍ବାଚନ ପରେ ଯାଇ ଫିଲ୍ମଟି ରିଲିଜ ହେବ।
କେବଳ ଏହି ଫିଲ୍ମ ନୁହେଁ ରାଜନୀତି ସହ ଜଡ଼ିତ କୌଣସି ବି ଫିଲ୍ମ ନିର୍ବାଚନ ଭିତରେ ରିଲିଜ ହେବ ନାହିଁ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆୟୋଗ ଏନେଇ ଏକ କମିଟି ଗଠନ କରିଛନ୍ତି। କମିଟି ଏହି ସମ୍ବନ୍ଧୀୟ ମାମଲାର ଯାଞ୍ଚ କରିବ।
ଫିଲ୍ମ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା କିଛି ଦିନ ପୂର୍ବରୁ ବିରୋଧୀମାନେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ।
ଫିଲ୍ମରେ ମୋଦିଙ୍କ ଭୂମିକାରେ ଅଭିନେତା ବିବେକ ଓବରୟ ଅଭିନୟ କରିଛନ୍ତି। ଫିଲ୍ମର ଗୀତ, ଟ୍ରେଲିର ନିକଟରେ ରିଲିଜ ହୋଇଥିଲା।


















