ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋodisha sun times

୨୦୧୯ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୪ଲୋକସଭା ସହ ୨୮ ବିଧାନସଭା ଆସନ ଲାଗି ମତଦାନ ହେଉଛି।

ତେବେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ଅଞ୍ଚଳରୁ ଅନେକ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ରହିଛି।

ଯାହା ସୂଚନା ମିଳିଛି ମଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅଧିନ ତେମୁରପାଲିର ୨ଟି ବୁଥ(୬ ଓ ୮)ରେ କେହି ବି ଭୋଟର ଭୋଟ ଦେଇନାହାନ୍ତି। ଅର୍ଥାତ ସେଠାରେ ଭୋଟ ପ୍ରତିଶତ ଶୂନ ରହିଛି।

କୁହାଯାଉଛି ମାଓବାଦୀଙ୍କ ଭୟରେ ସ୍ଥାନୀୟ ଲୋକ ଭୋଟ ଦେବାକୁ ଆସିନାହାନ୍ତି। ତେବେ ଏ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Comment