ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ମାଲକାନଗିରି ବଣ୍ଡଘାଟିରେ ପୁଲିଂ ଡ୍ୟୁଟିରେ ଥିବା କର୍ମଚାରୀ ଶୁକ୍ରବାର ବଣ୍ଡାଘାଟିରୁ ୧୫ କିଲୋମିଟର ଚାଲି ଚାଲି ସଦର ମହକୁମାରେ ପହଞ୍ଚିଛନ୍ତି।

ମାଓଭୟ ଥିବାରୁ ପୁଲିଂ କର୍ମଚାରୀ ରାତିସାରା ଜଙ୍ଗଲରେ ରହିଥିବା ଜଣାପଡ଼ିଛି। ଶୁକ୍ରବାର ସକାଳୁ ବିଏସ୍ଏଫ୍‌ ଯବାନଙ୍କ ସହ ୬ଟି ଟିମ୍‌ ଫେରିଛନ୍ତି।

ମାଲକାନଗିରି ପ୍ରଥମ ପର୍ଯ୍ୟାୟରେ ମତଦାନ ଥିଲା। ସେଥିପାଇଁ କିଛି କର୍ମଚାରୀଙ୍କୁ ମାଲକାନଗିରିରେ ପୋଲିଂ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ମାଓ ଆକ୍ରମଣ ଆଶଙ୍କା ଥିବାରୁ କାଲି ରାତିରେ ଜଙ୍ଗଲରେ ରହିଥିଲେ।। ୬ଟି ପୋଲିଂ ପାର୍ଟିଙ୍କ ଡ୍ୟୁଟି ମୁଦୁଲିପଡା ବଣ୍ଡାଘାଟିରେ ପଡ଼ିଥିଲା।ଏହି ୬ଟି ଟିମରେ ମୋଟ ୩୬ଜଣ ପୋଲିଂ କର୍ମଚାରୀ ରହିଥିଲେ।

Comment