ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଥିଲାବେଳେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ରାଜନୈତିକ ଦଳମାନେ ପ୍ରଚାର ଜୋର କରୁଛନ୍ତିା ଏହି କ୍ରମରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଲାଗି ଏପ୍ରିଲ ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତିା ମୋଦି କେନ୍ଦ୍ରାପଡ଼ାରେ ଆୟୋଜିତ ଏକ ନିର୍ବାଚନ ସଭାରେ ଯେୋଗ ଦେବୋ
ବିଜୟ ସଙ୍କଳ୍ପ ସମାବେଶରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୋଦି। କେନ୍ଦ୍ରାପଡ଼ା ସମାବେଶ ପରେ ମୋଦି ବାଲେଶ୍ୱର ଗସ୍ତ କରିବୋ
କେନ୍ଦ୍ରାପଡ଼ାରେ ଚତୁର୍ଥ ପର୍ଯ୍ୟାୟରେ ଅର୍ଥାତ୍ ଏପ୍ରିଲ ୨୯ ତାରିଖରେ ମତାଦାନ ହେବା କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ ପଣ୍ଡା ଏଣୁ ବୈଜୟନ୍ତଙ୍କ ପାଇଁ ମୋଦି କେନ୍ଦ୍ରାପଡ଼ା ଆସୁଥିବା କୁହାଯାଉଛି।
ସେହପରି ବାଲେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ହୋଇଛନ୍ତି ପ୍ରତାପ ଷଡ଼ଙ୍ଗୀ। ବାଲେଶ୍ୱରରେ ମୋଦି ପ୍ରତାପଙ୍କ ପାଇଁ ପ୍ରଚାର କରିବୋ

















