ଓଡ଼ିଶାଲାଇଭ୍ ବ୍ୟୁରୋ

କୌଣସି ମାଙ୍କଡ ଆଜି ସୁଦ୍ଧା ହଇରାଣ କିମ୍ବା ଚୋରି କରୁଥିବା ଲୋକେ ଦେଖିଥିବେ। ମାଙ୍କଡ଼ର ଏଭଳି ଉତ୍ପାତକୁ ଦେଖି ଲୋକଙ୍କ ଭିତରେ ରାଗ ହୋଇଥାଏ। କିନ୍ତୁ ସୋସିଆଲ ମିଡିଆରେ ଏକ ମାଙ୍କଡର ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ।
ଏହି ଭିଡିଓଟି କର୍ଣ୍ଣାଟକର ଅଟେ। ଘଟଣାଟି ଗଡାଗ ଜିଲ୍ଲାର ନାରଗୁଣ୍ଡ ଅଞ୍ଚଳର। ଗାଁର ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇ ଯାଇଥିଲା। ମୃତ୍ୟୁ ପରେ ମହିଳା ଏବଂ ଲୋକ ଶୋକରେ ବୁଡ଼ି ରହିଥିଲେ। ଲୋକେ କାନ୍ଦୁଥିଲାବେଳେ ଏହି ସମୟରେ ସେଠାରେ ମାଙ୍କଡଟି ପହଞ୍ଚି ଯାଇଥିଲା। ଶୋକସଭାରେ ମହିଳା କାନ୍ଦୁଥିଲାବେଳେ ଲୋକଙ୍କ ଲୁହ ପୋଛିଦେଇଥିଲା ମାଙ୍କଡ଼। ତାଙ୍କୁ ଚୁପ୍ କରିବା ସହିତ ତାଙ୍କୁ ସାନ୍ତ୍ୱନା ଦେଉଥିବାର ନଜର ଆସିଛି।















