ଓଡ଼ିଶାଲାଇଭ୍ ବ୍ୟୁରୋ

 

ଭୋଟ ବର୍ଜନ କଲେ ଭୋଟର। କିଛିଟା ସ୍ଥାନରେ ଭୋଟ୍ ଦେବା ପାଇଁ ଲୋକେ ଧାଡ଼ିରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇଥିବା ବେଳେ କିଛି ସ୍ଥାନରେ ଭୋଟ୍ ବର୍ଜନ କରିଛନ୍ତି ଭୋଟର। କୁଚିଣ୍ଡାର ୩ଟି ବୁଥ ଓ କେନ୍ଦୁଝରର ୨୪୬ ଏବଂ ୨୪୭ ବୁଥରେ ଭୋଟ୍ ବର୍ଜନ କରିଛନ୍ତି ମତଦାତା।

ଅନ୍ୟପକ୍ଷରେ କେନ୍ଦୁଝରର କେହ୍ନାଇଗୋଳା, ରାଣୀପଡ଼ା ଅଞ୍ଚଳରେ ଭୋଟ୍ ବର୍ଜନ କରିଛନ୍ତି ଭୋଟର। ଗାଁରେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାର ଅଭିଯୋଗ କରି ଭୋଟ୍ ବଜର୍ନ କରିଛନ୍ତି।

ତେଲକୋଇ ଗ୍ରାମର ବୁଥ ନମ୍ବର ୨୦ରେ ବି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ପିଇବା ପାଣି ସମସ୍ୟା ଏବଂ ବ୍ରାହ୍ମଣୀ ନଦୀ ଉପରେ ପୋଲ ନିର୍ମାଣ କରିବା ଅଭିଯୋଗ କରି ସେମାନେ ଭୋଟ୍ ବର୍ଜନ କରିଛନ୍ତି।

Comment