ଓଡ଼ିଶାଲାଇଭ୍ ବ୍ୟୁରୋ

(ବ୍ରହ୍ମପୁରରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁରରେ ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ଚାଲିଥିବାବେଳେ ବିଭିନ୍ନ ୧୭ ରଥ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିଛି। ଏହି ରଥଗୁଡ଼ିକ ହେଲା : ବିଞ୍ଚଣା ରଥ (ବାଛୁବରୀ ସାହି), ମା ଜ୍ୱାଳାମୁଖୀ ରଥ (କାଳୁପାତ୍ର ସାହି), ବୋଇତ ରଥ (ଚନ୍ଦ୍ରମା ସାହି), ଶିବାରୁଢ଼ କାଳୀ ରଥ (ଶଂଢ଼ ମହାନ୍ତି ସାହି), ମା ଜ୍ୱାଳା ରଥ (କେଦାରେଶ୍ୱର ମନ୍ଦିର ରୋଡ୍), ପର୍ଶୁରାମ ରଥ (କଂସାରୀ ସାହି), ବୀର ଲଖମନ ରଥ (ବଡ ବଜ଼ାର), ଦୋଳି ରଥ(ସନ୍ତଋଣୀ ସାହି), ମା’ ଧନଲକ୍ଷ୍ମୀ ରଥ ( କୁମାର ସାହି), କନକ ଦୁର୍ଗା ରଥ (ଆଗା ସାହି), କାମଧେନୁ ରଥ (ବଡ ରେଡ଼ିକ ସାହି), ମା’ ଶ୍ୟାମାକାଳୀ ରଥ (ବାଲୁଙ୍କେଶ୍ୱର ମନ୍ଦିର ଛକ), ନାଗାର୍ଜୁନ ରଥ (ସୀତାରାମ ସାହି), ରାମଚନ୍ଦ୍ର ରଥ(ଶଙ୍କରପୁର ସାହି), ନାରାୟଣ ରଥ (ମାର୍ଥାପେଟା ସାହି), ଶ୍ରୀ କୃଷ୍ଣ ରଥ (ଗଉଡ଼ ସାହି) ଓ ମହାଦେବ ରଥ (ବାଲାଜୀପେଣ୍ଠ ସାହି)।

୧୯୨୭ରୁ ଏହି ରଥ ପରମ୍ପରା ଚାଲି ଆସିଛି। ଶଂଢ ମହାନ୍ତି ସାହି ପ୍ରଥମେ ଶିବ ରୁଢ଼ କାଳୀ ରଥ ଆରମ୍ଭ କରିଥିଲେ। ପୂର୍ବରୁ ରଥଗୁଡ଼ିକ ବଡ଼ ବଜାରରେ ଏକତ୍ରିତ ହେଉଥିଲେ। କିନ୍ତୁ ୧୯୭୭ ପରଠାରୁ ସମସ୍ତ ରଥ ଯିଏ ଯାହା ସାହିରେ ରହୁଛନ୍ତି।

ବିଶ୍ୱାସ ଅଛି ଯାତ୍ରା ବେଳେ ସ୍ୱର୍ଗରୁ ଦେବତା ଗଣ ଆସି ମା’ଙ୍କ ଦର୍ଶନ କରନ୍ତି।
ରଥ ନିର୍ମାଣରେ ଏବେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି।
















