ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରହ୍ମପୁରରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ହୋଇଛି। ଏଥିରେ ତାଙ୍କ ମୁହଁ ଓ ଛାତିରେ ଆଘାତ ଲାଗିଛି। ମଙ୍ଗଳବାର ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ବ୍ରହ୍ମପୁର ବିଧାନସଭା ଆସନରୁ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୋମବାର ରାତିରେ ବ୍ରହ୍ମପୁର ଉତ୍କଳମଣି ୟୁପି ସ୍କୁଲର ବୁଥରେ ଭୋଟ୍ ଗ୍ରହଣ ପରେ ପ୍ରଦୀପ ପାଣିଗ୍ରାହୀ ଓ ଶିବଶଙ୍କର ଦାସଙ୍କ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଶିବଶଙ୍କର ଦାସ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ଏଥିରେ ପ୍ରଦୀପ ପାଣିଗ୍ରାହୀ ଆହତ ହେବାପରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।

ତେବେ ଏହି ଆକ୍ରମଣରେ ପ୍ରଦୀପଙ୍କ ପଞ୍ଜରା ହାଡ଼ ଓ ଫୁସଫୁସରେ ଆଘାତ ଲାଗିଥିବା ଜଣାପଡିଥିଲା। ମଙ୍ଗଳବାର ତାଙ୍କୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଶିବଶଙ୍କର ଦାସଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

ସୋମବାର ବ୍ରହ୍ମପୁର ଉତ୍କଳମଣି ୟୁପି ସ୍କୁଲର ବୁଥରେ ଭୋଟ୍ ଗ୍ରହଣ ପରେ ଶିବଶଙ୍କର ଦାସଙ୍କ ସମର୍ଥକ ମାନେ ବୁଥ ରିଗିଂ ଅଭିଯୋଗ କରୁଥିବାବେଳେ ପ୍ରଦୀପଙ୍କ ସମର୍ଥକ ଇଭିଏମ ଠିକ୍ ଭାବେ ସିଲ ହୋଇନଥିବା ଅଭିଯୋଗକୁ ନେଇ ପାଟିତୁଣ୍ଡ କରିଥିଲେ। ଏହାପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏଥିରେ ପ୍ରଦୀପ ପାଣିଗ୍ରାହୀ ଆହତ ହୋଇଥିଲେ।

Tags: #PradepPanigrahi #BJP #Violence #Voting #Berhampur #Odisha

LEAVE A REPLY

Please enter your comment!
Please enter your name here