ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଅଭିନେତା ସଲମାନ୍ ଖାନଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର। ଚଳିତବର୍ଷ ଶେଷ ଆଡକୁ ଡିସେମ୍ବର ୨୦ ତାରିଖରେ ସଲମାନଙ୍କ ଅଭିନୀତ ଦବଙ୍ଗ ସିରିଜ ଫିଲ୍ମ ‘ଦବଙ୍ଗ-୩’ ମୁକ୍ତିଲାଭ କରିବାକୁ ଯାଉଛି। ଖୋଦ୍ ସଲମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ତାରିଖ ସଂପର୍କରେ ଘୋଷଣା କରିଛନ୍ତି। ଫିଲ୍ମ ନିର୍ମାତାମାନେ ସେହି ଆକାଉଣ୍ଟରେ ‘ ଦବଙ୍ଗ-୩’ର ପୋଷ୍ଟର ମଧ୍ୟ ଜାରି କରିଛନ୍ତି।
ସେଥିରେ ସଲମାନଙ୍କ ପୁଲିସ ପୋଷାକରେ ଦେଖାଯାଉଛି। ‘ଚୁଲବୁଲ୍ ପାଣ୍ଡେ’ ନାଁର ଟ୍ୟାଗ୍ ବି ଲଗାଯାଇଛି। ଅବଶ୍ୟ ପୋଷ୍ଟରରେ ସଲମାନଙ୍କ ଚେହେରା ଦେଖାଯାଉନାହିଁ। ତେବେ ପୋଷ୍ଟର ରିଲିଜ୍ ହେବାପରେ ତାକୁ ଜବରଦସ୍ତ ରେସପନ୍ସ ମିଳିଛି। ମାତ୍ର କିଛି ଘଣ୍ଟାରେ ଲକ୍ଷ ଲକ୍ଷ ଲୋକ ଏହାକୁ ଲାଇକ୍ କରିଛନ୍ତି।
ଚଳିତବର୍ଷ ଡିସେମ୍ବର ୨୫ ତାରିଖରେ ରଣବୀର କପୁର ଓ ଆଲିୟ ଭଟ୍ଟ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ମଧ୍ୟ ମୁକ୍ତିଲାଭ କରିବାକୁ ଯାଉଛି। ତେଣୁ ବକ୍ସ ଅଫିସରେ ଏହି ଦୁଇ ହିରୋଙ୍କ ଫିଲ୍ମ ମଧ୍ୟରେ କଡା ଟକ୍କର ହେବା ସୁନିଶ୍ଚିତ।


















