ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ‘ଫନି’କୁ ନେଇ ଜାରି ହେଲା କେନ୍ଦ୍ରର ଆଡଭାଇଜରି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ସହ ୭ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଡଭାଇଜରି ଜାରି ହୋଇଛି।

ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, କେରଳ, ଆଣ୍ଡାମାନ ନିକୋବର, ପୁଡୁଚେରୀ ଏବଂ ଲାକ୍ଷାଦ୍ୱୀପକୁ ଆଡଭାଇଜରି ଜାରି କଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ। ବାତ୍ୟାକୁ ନେଇ ଏସ୍‌ଆରସି ଓ ମୁଖ୍ୟ ପ୍ରଶାସକଙ୍କୁ ମଧ୍ୟ କେନ୍ଦ୍ର ଅବଗତ କରାଇଛି।

ଅନ୍ୟପଟେ ବାତ୍ୟା ‘ଫନି’ ଘଣ୍ଟାକୁ ୭ କିଲୋମିଟର ବେଗରେ ସ୍ଥଳଭାଗକୁ ମାଡ଼ି ଆସୁଛି। ‘ଫନି’ ବର୍ତ୍ତମାନ ଚେନ୍ନାଇଠାରୁ ୮୪୦ କିଲୋମିଟର ଦୂରରେ ରହିଥିବା ବେଳେ ଆସନ୍ତାକାଲି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ। ତେବେ ଓଡ଼ିଶା ଉପକୂଳରେ ସ୍ଥଳଭାଗକୁ ଛୁଇଁ ପାରେ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଆଶଙ୍କା କରାଯାଉଛି।

Comment