ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାମୁହାଁ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ‘ଫନି’। ଚେନ୍ନାଇଠାରୁ ଏବେ ୭୬୦କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି। ଏହି ବାତ୍ୟାଏବେ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଏହା ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ଏହାର ପ୍ରଭାବରେ ରାଜ୍ୟରେ ୨ତାରିଖରୁ ପ୍ରବଳ ବର୍ଷା ହେବ ସହ ୩ତାରିଖରେ ପବନ ସହ ବର୍ଷା ହୋଇପାରେ। ବର୍ଷା ସମୟରେ ସମୁଦ୍ର ଅଶାନ୍ତ ରହିବ ତେଣୁ ମତ୍ସଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି।

‘ଫନି’ ସ୍ଥଳଭାଗ ପହଞ୍ଚିବାପରେ ଘଣ୍ଚାପ୍ରତି ୧୫୦ରୁ ୧୬୫ କିମି ବେଗରେ ପବନ ବହିବ। ଅନ୍ୟପଟେଵ ସାମାବ୍ୟ ବାତ୍ୟାକୁ ମୁକାବିଲା କରିବା ଲାଗି ମୁଖ୍ୟମନ୍ତ୍ରୀ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।  ଫୋନି ମୁକାବିଲା ଲାଗି ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନଡିଆପଏଫ ,ଓଡ୍ରାଫ,ଫାୟର ଷ୍ଟେସନ ଯୁନିକୁ ସଜାବ ରହିବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here