ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଟକୁରା ବିଧାନସଭା ତାରିଖ ଘୁଞ୍ଚାଇବା ପାଇଁ ଦିଲ୍ଲୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସାମ୍ଭାବ୍ୟ ବାତ୍ୟା ‘ଫନି’ ଓଡ଼ିଶା ମୁହାଁ ହେଲେ ପାଟକୁରାରେ ହେବାକୁ ଥିବା ମତଦାନ ଘୁଞ୍ଚାଇବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ନବୀନ।
ଦିଲ୍ଲୀରେ ପହଞ୍ଚି ନବୀନ ପଟ୍ଟନାୟକ କହିଛନ୍ତି, ‘‘ଯଦି ବାତ୍ୟା ଫନି ଓଡ଼ିଶା ମୁହାଁ ହୁଏ, ତେବେ ମେ’୧୯ରେ ପାଟକୁରା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ମତଦାନକୁ ଘୁଞ୍ଚାଇବା ପାଇଁ ଅନୁରୋଧ କରିବି। ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିବି। ଆଜି ସନ୍ଧ୍ୟାରେ ଇସିଆଇ ସୁନୀଲ ଅରୋଡାଙ୍କୁ ଭେଟିବି।’’
ମେ’୧୯ରେ ପାଟକୁରା ବିଧାନସଭା ପାଇଁ ନିର୍ବାଚନ ହେବ।
କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସୁଥିବା ପାଟକୁରା ବିଧାନସଭା ଆସନ ପାଇଁ ଏପ୍ରିଲ ୨୯ ତାରିଖରେ ନିର୍ବାଚନ ହେବାର ଥିଲା। କିନ୍ତୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କର ପରଲୋକ ହୋଇଯିବାରୁ ଏଠାରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା।
ପାଟକୁରା ଆସନ ପାଇଁ ବିଜେଡି ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।














