ଓଡ଼ିଶାଲାଇଭ ବ୍ୟୁରୋ
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଡିଜିପି ଓ ଅନ୍ୟ ବରିଷ୍ଠଙ୍କ ପଦାଧିକାରୀଙ୍କ ସହ ବାତ୍ୟା ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଓଡ଼ିଶା ପାଇଁ ଆଉ ଏକ ହଜାର କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି ମୋଦି।
ଏଥିସହ ଓଡ଼ିଶାକୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୋଦି। ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା ମଧ୍ୟ ସେ କରିଛନ୍ତ।
ମୋଦି ସୋମବାର ସକାଳେ ଓଡ଼ିଶା ଆସି ସ୍ୱତନ୍ତ୍ର ହେଲିକଫ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳର ଅନୁଧ୍ୟାନ କରିଥିଲେ। ଏହାପରେ ସେ ବାତ୍ୟା ସମୀକ୍ଷା ନେଇ ଏକ ବୈଠକ କରିଥିଲେ।
ପୂର୍ବରୁ କେନ୍ଦ୍ର ସରକାର ଓଡ଼ିଶା ପାଇଁ ଆଗୁଆ ୩୪୦ କୋଟି ଟଙ୍କା ପ୍ରଦାନ କରିଥିଲା।


















