ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ‘ଫନି’ ପ୍ରଭାବିତ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ପ୍ରଭାବିତଙ୍କ ପାଇଁ ନବୀନ ତାଙ୍କ ବର୍ଷକର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି।
ବାତ୍ୟା ଫନି ଉପକୂଳ ଓଡ଼ିଶାକୁ ଛାରଖାର କରି ଦେଇଛି। ପୁରୀ ସମେତ ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ ତାଣ୍ଡବ ରଚିଛି ‘ଫନି’। ଏହି ବିପତ୍ତି ସମୟରେ ଓଡ଼ିଶାକୁ ଅନ୍ର ରାଜ୍ୟମାନେ ସହାୟତାର ହାତ ବଢ଼ାଇଛନ୍ତି।
କେନ୍ଦ୍ର ସରକାର ଆଜି ୧୦୦୦ କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ବର୍ଷକର ଦରମା ବାତ୍ୟା ପୀଡ଼ିତଙ୍କ ପାଇଁ ଦେଇଛନ୍ତି।
















