ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତି ନେଇ ଅନୁଧ୍ୟାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିଛନ୍ତି। ଓଡ଼ିଶାରେ ପହଞ୍ଚିବା ପରେ ମୋଦି ଏକ ସ୍ୱତନ୍ତ୍ର ହେଲିକଫ୍ଟର ଯୋଗେ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଛନ୍ତି।

ମୋଦିଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ମୋଦିଙ୍କ ସହିତ ଥିଲେ।

ଆକାଶମାର୍ଗରୁ ମୋଦି ସବୁଠୁ ଅଧିକ ପ୍ରଭାବିତ ଅଞ୍ଚଳ ପୁରୀ, ଖୋର୍ଦ୍ଧା ବୁଲି ଦେଖିବା ପରେ ଭୁବନେଶ୍ୱରର କିଛି ଅଞ୍ଚଳ ବୁଲି ଦେଖିଛନ୍ତି। ଆକାଶମାର୍ଗରୁ ବୁଲି ଦେଖିବା ପରେ ମୋଦି ବିମାନବନ୍ଦର ଟର୍ମିନାଲରେ ପହଞ୍ଚିଛନ୍ତି। ସୂଚନା ଅନୁସାରେ ଏହାପରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଗଣେଶୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଡଜିପି, ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହିଛନ୍ତି। ବୈଠକରେ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା ହେବ।

ବୈଠକରେ ପ୍ରଧାନମନ୍ତ୍ରୀ ରାଜ୍ୟ ପାଇଁ କିଛି ପ୍ୟାକେଜ ଘୋଷଣା କରିପାରନ୍ତି। କାରଣ ମୋଦି ଓଡ଼ିଶା ଆସିବା ପୂର୍ବରୁ ଟୁଇଟ କରି ରିଲିଫ ଥଇଥାନ ସମ୍ପର୍କରେ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here