ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଶିକ୍ଷାବିତ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କର ବୁଧବାର ଦିନ ଭୁବନେଶ୍ୱର ସହିଦନଗରସ୍ଥିତ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା।
ପ୍ରଫେସର ମିଶ୍ର ଅର୍ଥନୀତିଜ୍ଞ, ଶିକ୍ଷାବିତ ଏବଂ ଗବେଷକ ଭାବେ ବେଶ୍ ଜଣାଶୁଣା ଥିଲେ। ୧୯୯୪୯ ମସିହାରେ ପ୍ରଫେସର ମିଶ୍ର ରେଭେନ୍ସା କଲେଜରୁ ଜଣେ ଅଧ୍ୟାପକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ପାରେ ଓୟୁଏଟିରେ ଯୋଗ ଦେଇଥିଲେ।
୧୯୮୧ରୁ ୧୯୮୫ ଯାଏଁ ସେ ଓୟୁଏଟିର କୁଳପତି ଥିଲେ। ୧୯୮୫ରୁ ୧୯୯୦ ଯାଏଁ ସେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।
ପ୍ରଫେସର ମିଶ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି।
‘‘ବିଶିଷ୍ଟ ଶିକ୍ଷାବିତ ତଥା ଅର୍ଥନୀତିଜ୍ଞ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ। ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି’’, ଟୁଇଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବିଶିଷ୍ଟ ଶିକ୍ଷାବିତ ତଥା ଅର୍ଥନୀତିଜ୍ଞ ବୈଦ୍ୟନାଥ ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରୁଛି।
— Naveen Patnaik (@Naveen_Odisha) May 8, 2019
‘‘ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ଦେହାନ୍ତରେ ମୁଁ ଦୁଃଖିତ। ଓଡ଼ିଶାର ସାମାଜିକ ଜୀବନ ପାଇଁ ତାଙ୍କ ଅବଦାନ ଅତୁଳନୀୟ। ଶୋକ ସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି’’, ଟୁଇଟ୍ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ବିଶିଷ୍ଟ ଅର୍ଥନୈତିଜ୍ଞ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ବିୟୋଗରେ ମୁ ଦୁଃଖିତ । ପ୍ରଫେସର ମିଶ୍ରଙ୍କ ଓଡ଼ିଶାର ସାମାଜିକ ଜୀବନ ପାଇଁ ଯୋଗଦାନ ଅତୁଳନୀୟ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି । https://t.co/GjwdBE9f98
— Chowkidar Dharmendra Pradhan (@dpradhanbjp) May 8, 2019