ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ଫନିପରେ ସବୁକିଛି ନଷ୍ଟ ହୋଇଯାଇଛି। ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାତ୍ୟାକୁ 10 ଦିନରୁ ଅଧିକ ବିତିଥିଲେ ବି ଏବେବି ଅନେକ ଲୋକ ସମସ୍ୟା ଭିତରେ ଅଛନ୍ତି। ଅନେକଙ୍କ ପାଖରେ ବିଜୁଳି ପହଞ୍ଚିନାହିଁ।

 ସେପଟେ ବିଭିନ୍ନ ସ୍ଥାନରେ ଏବେ ବି ଅଳିଆ ଆବର୍ଜନା ପଡ଼ି ରହିଛି। ଯେଉଁଥିରୁ ବାଦ ପଡ଼ିନି ୧ନମ୍ବର ହାଟ। ଅନ୍ୟପଟେ ହାଟରେ ଅଳିଆ ଆବର୍ଜନା ପଡ଼ିଥିବାରୁ ଗ୍ରାହକ ଓ ବ୍ୟବସାୟୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେପଟେ ରାସ୍ତାକଡ଼ରେ ଆବର୍ଜନା ପଡ଼ିରହିଥିବାରୁ ତାହା ଦୁର୍ଗନ୍ଧ ହେଉଛି। ତେବେ ଦିନେକି ଦୁଇଦିନ ଭିତରେ ମାର୍କେଟର ସ୍ଥିତି ସ୍ୱାଭାବିକ ହେବ ବୋଲି ପ୍ରଶାସନ ବ୍ୟବସାୟୀଙ୍କୁ ପ୍ରତିଶ୍ରୁତି ଦେଇଥିବା ବ୍ୟବସାୟୀମାନେ କହିଛନ୍ତି।

୧ ନମ୍ବର ହାଟ ଉପରେ ଭୁବନେଶ୍ୱରର ଅନେକ ଲୋକ ନିର୍ଭର କରିଥାନ୍ତି। ଫନିପରେ ଲୋକେ ମାର୍କେଟ ଆସୁଛନ୍ତି ମାତ୍ର ନିରାଶ ହୋଇ ସେମାନଙ୍କୁ ଫେରିବାକୁ ପଡ଼ୁଛି। କେଉଁଠି କେମିତି କାଁ ଭାଁ ଦୋକାନ ଖୋଲିଛି ସେଠାରେ ଗ୍ରାହକଙ୍କ ଭିଡ ଜମୁଛି। ଏହାରି ଭିତରେ କିଛି ଗ୍ରାହକ କହିଛନ୍ତି ଆଗ ଅପେକ୍ଷା ପରିବା ରେଟ ବି ଅଧିକ ରହୁଛି।

ଯେଉଁଥିପାଇଁ ସେମାନଙ୍କ ପକ୍ଷେ କିଣିବା ସମ୍ଭବ ହୋଇପାରୁନାହିଁ। କେବେ ୧ନମ୍ବର ହାଟର ସ୍ଥିତି ସ୍ୱାଭାବିକ ହେବ ତାହାକୁ ହିଁ ଅପେକ୍ଷା କରିଛନ୍ତି ବ୍ୟବସାୟୀ ଓ ବେପାରୀ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କାରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment