ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବର୍ଷ ଓଡ଼ିଶାରେ ଭୋଟ ଗଣତି ପାଇଁ ଅଧିକ ସମୟ ଲାଗିପାରେ। ମେ’ ୨୩ରେ ହେବ ଭୋଟ୍ ଗଣତି ହେବାକୁ ଥିବା ବେଳେ ସୋମବାର ଏଥିପାଇଁ ତାଲିମ୍ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏବିଷୟରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

“ଆସନ୍ତା ମେ’ ୨୩ରେ ରାଜ୍ୟରେ ହେବ ଭୋଟ ଗଣତି। ଚଳିତବର୍ଷ ଓଡ଼ିଶାରେ ଏକ ସମୟରେ ଲୋକସଭା ଓ ବିଧାନସଭା ଭୋଟ ଗଣତି ହେବା। ୭ଟି ଟେବୁଲ୍‌ରେ ବିଧାନସଭା ଭୋଟ ଗଣତି ହେବାକୁ ଥିବା ବେଳେ ୭ଟି ଟେବୁଲ୍‌ରେ ଲୋକସଭା ଭୋଟ୍ ଗଣତି ହେବ” ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

ଚଳିତ ଥର ଭିଭିପ୍ୟାଟ୍ ଗଣତି ମଧ୍ୟ ହେବ। ଏଥିପାଇଁ ୪୫ ମିନିଟ୍‌ରୁ ୧ ଘଣ୍ଟା ସମୟ ଲାଗିବ। ତେଣୁ ଏସବୁକୁ ଦୃଷ୍ଟିରେ ରଖିଲେ ଭୋଟ ଗଣତିରେ ଅଧିକ ସମୟ ଲାଗିପାରେ ବୋଲି ସୁରେନ୍ଦ୍ର କୁମାର କହିଛନ୍ତି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here