ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ୫ଦିନ ପରେ ଅର୍ଥାତ ଜୁନ୍ ୬ରେ କେରଳ ଛୁଇଁବ। ଆଇଏମଡି ଯାହା ସୂଚନାଦେଇଛି ଏଥର ସମାନ୍ୟ ବିଳମ୍ବରେ କେରଳ ଛୁଇଁବ ମୌସୁମୀ। ଅର୍ଥାତ ଯେଉଁ ତାରିଖ ଦିଆଯାଉଛି ସେଥିରେ ବି ୪ରୁ ୫ଦିନ ଆଗପଛ ହୋଇପାରେ।

ଆପଣଙ୍କୁ କହିରଖୁଛି ପ୍ରାୟ ଅନେକ ସମୟରେ ମୌସୁମୀ ଜୁନ୍ ୧ରେ କେରଳ ଛୁଇଁଥାଏ, ମାତ୍ର ଏଥର ଏଥିରେ ବିଳମ୍ବ ଦେଖାଯାଉଛି।

ସେପଚେ ସ୍କାଏମେଟ୍ ମଙ୍ଗଳବାର ପୂର୍ବାନୁମାନ କରିଥିଲା କି ଏଥର ମୌସୁମୀ ୨ଦିନ ବିଳମ୍ବ ଅର୍ଥାତ୍ ଜୁନ୍ ୪ରେ କେରଳ ଛୁଇଁବ। ଏହାକୁ ନେଇ ଆଇଏମଡି କହିଛି ମୌସୁମୀ ଆସିବା ତାରିଖର ପୂର୍ବାନୁମାନ କେବଳ ୨୦୧୫ କୁ ଛାଡ଼ି ଗତ ୧୪ବର୍ଷ ହେବ ସବୁବେଳ ତାର ଠିକ୍ ହୋଇଆସିଛି।

ପାଣିପାଗ ବିଭାଗ ପୂର୍ବମାସ କହିଥିଲା କି ଏ ବର୍ଷ ମୌସୁମୀ ପ୍ରଭାବରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରେ ପାଖାପାଖି ୯୬ପ୍ରତିଶତ ବର୍ଷା ହୋଇପାରେ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here