ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଅନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ଓ ପୁନରୁଦ୍ଧାର କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ଜାତିସଂଘ ଅଧିକାରୀମାନଙ୍କୁ ପ୍ରସ୍ତାବ ଦେଇଛନ୍ତି।
କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ନେତୃତ୍ୱରେ ମିଳିତ ଜାତିସଂଘ, ବିଶ୍ୱବ୍ୟାଙ୍କ, ଏସୀୟ ଉନ୍ନୟନ ବ୍ୟାଙ୍କର ଅଧିକାରୀମାନେ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।
ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ଓଡ଼ିଶାରେ ଅନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ଓ ପୁନରୁଦ୍ଧାର କେନ୍ଦ୍ର ପ୍ରତିଷ୍ଠା କରିବା ନେଇ ୟୁନାଇଟେଡ୍ ନେସନ୍ସ ୟୁନିଭରସିଟି ଜରୁରୀ ପଦକ୍ଷେପ ନେବା ଆବଶ୍ୟକ। ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଓ ପୁନରୁଦ୍ଧାର କ୍ଷେତ୍ରରେ ଓଡ଼ିଶା ବିଶଦ ଜ୍ଞାନ ଓ ଦକ୍ଷତା ହାସଲ କରିପାରିଛି। ଏହି ଅନୁଭୂତି, ଜ୍ଞାନ ଓ ଦକ୍ଷତାକୁ ସାରା ବିଶ୍ୱରେ ବିନିଯୋଗ କରିବା ସହ ଅନ୍ତର୍ଜାତୀୟ ସ୍ତରର ମାନକ ଓ ବୈଷୟିକ ଜ୍ଞାନ କୌଶଳ ବିକଶିତ ହେବା ଜରୁରୀ। ଭୁବନେଶ୍ୱରରେ ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ।’’
ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।
















