ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ କ୍ରିକେଟ୍ ବିଶ୍ୱକପ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ। ବିଶ୍ୱକପ୍ ଆଉମାତ୍ର ୧୧ ଦିନ ଥିବା ବେଳେ ବିସିସିଆଇ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଟ୍ରେନିଂ ଏବଂ ଅଭ୍ୟାସ ପାଇଁ ବିସିସିଆଇ ବାରଣ କରିଛି।
ଚଳିତ ବିଶ୍ୱକପ୍ ଲଣ୍ଡନ ଏବଂ ୱେଲ୍ସରେ ଖେଳାଯିବ। ଏଥିପାଇଁ ଟିମ୍ ଇଣ୍ଡିଆ ଆସନ୍ତା ୨୨ ତାରିଖରେ ଇଂଲଣ୍ଡ ଗସ୍ତ କରିବ। ତେବେ ୨୧ ତାରିଖ ଯାଏଁ ବିସିସିଆଇ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ନିଜ ପରିବାର ସହିତ ଛୁଟି କାଟିବା ତଥା ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛି।
ନିକଟରେ ଟିମ୍ ଇଣ୍ଡିଆର ଖେଳାଳିମାନେ ଆଇପିଏଲ୍ ଖେଳିଥିବାରୁ ବିଶ୍ୱକପ୍ ପାଇଁ ନେଟ୍ ପ୍ରାକ୍ଟିସ୍ କରିବା ଟିମ୍ ପାଇଁ ଖରାପ ହୋଇପାରେ। ପରିବାର, ପତ୍ନୀ ଓ ବନ୍ଧୁମାନଙ୍କ ସହ ସମୟ ବିତାଇବା ଦ୍ୱାରା ଖେଳାଳିମାନେ ମାନସିକ ଭାବେ ପ୍ରସ୍ତୁତି ହୋଇପାରିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।
ଆସନ୍ତା ୩୦ ତାରିଖରେ ହେବାକୁ ଯାଉଛି ୨୦୧୯ କ୍ରିକେଟ୍ ବିଶ୍ୱକପ୍। ସେଥିପାଇଁ ୨୧ ତାରିଖରେ ମୁମ୍ବାଇ ଠାରେ ଏକାଠି ହେବେ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି। ଏହା ପରେ ମେ’ ୨୨ରେ ବିଶ୍ୱକପ୍ ପାଇଁ ଲଣ୍ଡନ ଯିବେ ‘ମେନ୍ ଇନ୍ ବ୍ଲୁ’ ଟିମ୍ ଇଣ୍ଡିଆ।
ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।