ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି ପୋଲସ୍‌କୁ ମିଳିଛି ବଡ଼ ସଫଳତା। ରବିବାର ମାଲକାନଗରି ଓରକେଲ-ଚିତ୍ରକୋଣ୍ଡା ରାସ୍ତାରେ ଟ୍ରକ୍‌ରୁ ଜବତ ହେଲା ୨୧ କୁଇଣ୍ଟାଲ ଗଞ୍ଜେଇ। ଯାହାର ଅନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବା ମାଲକାନଗିରି ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି।

ରବିବାର ମାଲକାନଗରି ଜିଲ୍ଲା ଓରକେଲ-ଚିତ୍ରକୋଣ୍ଡା ରାସ୍ତାରେ ଯାଞ୍ଚ ଚାଲିଥିଲା। ଯାଞ୍ଚ ବେଳେ ଗୋଟିଏ ଟ୍ରକ୍‌ ଏବଂ ଅନ୍ୟ ଏକ ପିକ୍‌ଅପ୍‌ ଭ୍ୟାନ୍‌ରୁ ୨୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି।

ଏହି ଘଟଣାରେ ପୋଲିସ୍‌ ୪ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଗଞ୍ଜେଇ ବୋଝେଇ ଏହି ଗାଡ଼ି ଆନ୍ଧ୍ରପ୍ରଦେଶରୁ ମହାରାଷ୍ଟ୍ର ଚାଲାଣ ହେଉଥିଲା। ଏହି ଘଟଣାରେ ଅନ୍ୟ କାହାର ହାତ ଥିବା ନେଇ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି।

Comment