ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

୨୦୧୪ ଆଜିର ଦିନରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଅର୍ଥାତ ମେ’୨୬ ତାରିଖ ସୋମାବର ରାଷ୍ଟ୍ରପତି ଭବନରେ ସେ ଶପଥ ନେଇଥିଲେ।

ଏହି ଦିନ ମୋଦିଙ୍କ ରୂପରେ ଦେଶ ନୁଆ ପ୍ରଧାନମନ୍ତ୍ରୀ ମିଳିଥିଲା। ତତକାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ଗୋପନୀୟତାର ଶପଥ ପାଠ କରାଇଥିଲେ। ମୋଦିଙ୍କ ଶପଥ ପାଠ ଉତ୍ସବରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ଶରିଫ ଉପସ୍ଥିତ ଥିଲେ।

୨୦୧୯ରେ ପୁଣିଥରେ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ମୋଦି। ଆସନ୍ତା ମେ’୩୦ ତାରିଖରେ ସେ ଶପଥ ନେବେ।

୨୦୧୪ ନିର୍ବାଚନ ପାଇଁ ଏପ୍ରିଲରୁ ଭୋଟ ଆରମ୍ଭ ହୋଇଥିଲା। ୯ଟି ପର୍ଯ୍ୟାୟରେ ସାରାଦେଶରେ ଭୋଟ ଗ୍ରହଣ ହୋଇଥିଲା। ମେ’୧୨ରେ ଭୋଟ ଶେଷ ହୋଇଥିଲା। ମେ’ ୧୬ରେ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା। ମେ’୨୬ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

Comment