ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଧ୍ରପ୍ରଦେଶରେ ଏଥର ନିର୍ବାଚନରେ ଓ୍ୱାଇଏସଆର କଂଗ୍ରେସ ବହୁଳ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଯାଉଛି।

ସରକାର ଗଠନ ପୂର୍ବରୁ ଓ୍ୱାଇଏସଆର ପ୍ରମୁଖ ଜଗନମୋହନ ରେଡ୍ଡୀ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି।

ମୋଦିଙ୍କୁ ଚଦର ଏବଂ ତିରୁପତି ବାଲାଜୀଙ୍କ ଛବି ଉପହାର କରିଛନ୍ତି ରେଡ୍ଡୀ। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ଦେଇଛନ୍ତି। ଆନ୍ଧ୍ରର ବିଭିନ୍ନ ସମସ୍ୟା ବିଷୟରେ ରେଡ୍ଡୀ ମୋଦିଙ୍କ ସହ ଆଲୋଚନା କରିଛନ୍ତି।

ମୋଦିଙ୍କୁ ଭେଟିବା ପରେ ରେଡ୍ଡୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଛନ୍ତି। ଜଗନମୋହନ ରେଡ୍ଡୀ ମେ’୩୦ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ।

ଏହାପୂର୍ବରୁ ରେଡ୍ଡୀ୨୦୧୫ ଓ ୨୦୧୭ରେ ମୋଦିଙ୍କୁ ସାକ୍ଷାତ କରିଥିଲେ।

LEAVE A REPLY

Please enter your comment!
Please enter your name here