ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟେଲିଭିଜନର ଲୋକପ୍ରିୟ ରିଆଲିଟି ସୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜିନ’ ୭ରେ ଏଥର ଜଜ୍ ଭାବେ ନଜର ଆସିବେ ବଲିଉଡ ଅଭିନେତ୍ରୀ କରୀନା କପୁରା ସୋମବାର ଏହି ସୋ’ର ପ୍ରମୋ ରିଲିଜ ହୋଇଛିା ଜି ଟିଭିରେ ପ୍ରାସାରିତ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ର ଅଫିସିଆଲ ସୋସିଆଲ ମିଡିଆ ପେଜରେ ପ୍ରମୋକୁ ସେୟାର କରାଯାଇଛିା

ଯେଉଁଥିରେ କରୀନା ଏକ ହ୍ୱାଇଟ କଲର ଗାଉନରେ ନଜର ଆସିଛନ୍ତିା କରୀନାଙ୍କର ଏହା ପ୍ରଥମ ସୋ’ ହେବ ଯେଉଁଥିରେ ସେ ଜଜ୍ ଭାବେ ଅଂଶଗ୍ରହଣ କରିବୋ ଏହି ସୋ’ ହୋଷ୍ଟ କରିବେ ଅଭିନେତା ଧୀରଜ ଧୂପରା

ଏହି ସୋ’ କୁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଦର୍ଶକା ତେବେ ଗୋଟିଏ ପଟେ କରୀନା ଜି ଟିଭିରେ ଏହି ସୋ’ରେ କରୀନା ଜଜ୍ ଭାବେ ଆସୁଥିଲାବେଳେ ଶାହିଦ କପୁରଙ୍କୁ ଷ୍ଟାରପ୍ଲସରେ ପ୍ରସାରିତ ନଚ ବଲିଏରେ ଜଜ୍ ଭାବେ ଦେଖିବାକୁ ମିଳିବା

Comment