ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱକପ କାଉଣ୍ଟଡାଉନ୍‌। ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ଆଜି ୱାର୍ମଅପ୍ ମ୍ୟାଚ୍‌ରେ ଭାରତ ଭେଟିଛି ବାଂଲାଦେଶକୁ। ଲଣ୍ଡନ କ୍ୟାଡ୍ରିଫ୍‌ର ସୋଫିଆ ଗାର୍ଡେନରେ ଖୋଳାଯାଇଥିବା ମ୍ୟାଚ୍‌ରେ ବାଂଲାଦେଶ ଟିମ୍‌ ଇଣ୍ଡିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩୫୯ ରନ୍‌ କରିବାକୁ ସକ୍ଷମ ହୋଇଛି।

ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆର ବ୍ୟାଟିଂରେ ଆରମ୍ଭରୁ ବିପର୍ଯ୍ୟୟ ଦେଖାଦେଇଥିଲା। ତେବେ ଚତୁର୍ଥରେ ବ୍ୟାଟିଂ କରିବାକୁ ଆସିଥିବା ଲୋକେଶ ରାହୁଲ ଦମ୍ବ ଭଳି ଛିଡ଼ା ହୋଇଥିଲେ। ରାହୁଲଙ୍କ ବ୍ୟକ୍ତିଗତ ସ୍କୋର ୧୦୮(୧୨ ଚୌକା, ୪ଛକା) ରନ୍‌ କରି ଆଉଟ୍‌ ହୋଇଥିଲେ।

ଏହା ପରେ ଟିମ୍‌ ଇଣ୍ଡିଆର ମଙ୍ଗ ଧରିଥିଲେ ମହେନ୍ଦ୍ର ସିଂହ ଧୋନି। ଧୋନିଙ୍କ ବ୍ୟକ୍ତିଗତ ୧୧୩ ରନ୍‌(୮ ଚୌକା, ୭ ଛକା) ଟିମ୍‌ ଇଣ୍ଡିଆକୁ ଏତେ ବଡ଼ ସ୍କୋର କରିବାରେ ସକ୍ଷମ କରିଛି। ଅନ୍ୟପକ୍ଷରେ ବାଂଲାଦେଶର ଶକିବ ଅଲ୍‌ ହସନ୍‌ ଏବଂ ରୁବେଲ ହୋସେନ୍‌ ୨ଟି ଲେଖାଏଁ ୱିକେଟ୍‌ ନେବାରେ ସକ୍ଷମ ହୋଇଥିଲେ। ବର୍ତ୍ତମାନ ବାଲାଂଦେଶ ୫୦ ଓଭରରେ ୩୫୯ ରନ୍‌ କଲେ ଭାରତଠାରୁ ବିଜୟ ଛଡ଼େଇ ନେଇ ପାରିବ।

Comment