ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଅସହ୍ୟ ଖରା ଗରମ ଜନଜୀବନକୁ କଳବଲ କରୁଛିା କେବେ ଏହି ତାତିରୁ ନିସ୍ତାର ମିଳିବ ସେହି ଦିନକୁ ଲୋକ ଅପେକ୍ଷା କରି ରହିଛନ୍ତିା ଖରାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ହିଟଓ୍ୱେଭ ଆଲର୍ଟ ଜାରି କରାଯାଇଛିା

ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଗରମ ଅନୁଭୁତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚିତ କରାଯାଇଛିା ଝାରସୁଗଡ଼ା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ବଲାଙ୍ଗିର, ଟିଟିଲାଗଡ଼, ନୂଆପଡ଼ା ଓ ଅନୁଗୁଳରେ ଅଧିକ ତାତି ଲାଗି ରହିବା

ଏହି ତାତି ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରହିବା

ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛିା ଉତ୍ତର ଓ ଦକ୍ଷିଣ ଓଡ଼ିଶା ସହିତ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଛିା ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ ଗଜପତିରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରୋ

Comment