ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ଏହି ଉତ୍ସବ ଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟର। ମୋଦିଙ୍କ ସହ ତାଙ୍କ ମନ୍ତ୍ରୀ ପରିଷଦ ବି ଶପଥ ନେବେ। ରାଷ୍ଟ୍ରପତି ଭବନ ପରିସରରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ହେବ।
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ବହୁ ନେତା ଓ ରାଜନେତାଙ୍କୁ ନିମନ୍ତ୍ରଣ କରାଯାଇଛିା
ଅନ୍ୟପଟେ ଦ୍ଵିତୀୟ ପାଳିର ଶପଥ ନେବା ପୂର୍ବରୁ ମୋଦି କାଶିର କାଶି ବିଶ୍ଵନାଥଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଏହି ସମୟରେ ଅମିତ ଶାହ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିଲେ। ଏହା ପୂର୍ବରୁ ମୋଦି ନିଜ ମାଙ୍କ ଠୁ ଆଶିର୍ବାଦ ନେଇଛନ୍ତି।

















