ଓଡ଼ିଶାଲାଇଭ ବ୍ୟୁରୋ

ଆଜି ପଞ୍ଚମ ଥର ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତିା ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବା ପରେ ଏହି ସମାରୋହ ଶେଷ ହୋଇଛିା ଶପଥ ଗ୍ରହଣ ସମାରୋହ ପରେ ଆଜି ସନ୍ଧ୍ୟାରେ ସଚିବାଳୟରେ ନବୀନ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ବିସିବା

ଏହି ବୈଠକର ଅଧ୍ୟକ୍ଷତା କରିବେ ନବୀନ ପଟ୍ଟନାୟକା ବୈଠକରେ ନିର୍ବାଚନ ପୂର୍ବରୁ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଏବଂ ଏହାକୁ କିପରି ପୂରଣ କରାଯାଇ ପାରିବ ବିଷୟରେ ଆଲୋଚନା କରାଯାଇ ପାରେ ବୋଲି ଅନୁମାନ କରାଯାଉଛିା

ବିଶେଷ କରି, ସରକାରକୁ ଆସିଲେ କାଳିଆ ଯୋଜନାକୁ ସ୍ଥାୟୀ ଭାବେ ଲାଗୁ କରିବା, କାଳିଆ ଯୋଜନାକୁ ସଶକ୍ତ ଓ କ୍ରିୟାଶୀଳ କରିବାକୁ କାଳିଆ କମିଶନ ଗଠନ, ଚାଷୀଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ, ସବୁ ପଞ୍ଚାୟତରେ ଗୋଦାମ ଗୃହ ନିର୍ମାଣ କରାଯିବା ସହ ଜଳ ସେଚନ ପାଇଁ ୫୦ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେଡିା

ଆଜି ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରୋ

LEAVE A REPLY

Please enter your comment!
Please enter your name here