ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ। କ୍ରମାଗତ ଭାବେ ପଞ୍ଚମ ପାଳି ସରକାର ଗଠନ କରିଛି ବିଜୁ ଜନତା ଦଳ। ପ୍ରଥମଥର ଲାଗି ରାଜଭବନ ବାହାରେ ପ୍ରଦର୍ଶନୀ ପଡ଼ିଆରେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ନବୀନଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

Naveen-Modi

ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତିା ନବୀନଙ୍କୁ ଶୁଭେଚ୍ଛା ଜଣାଇବା ସହ ମୋଦି ନବୀନଙ୍କନୂଆ ଟିମକୁ ଶୁଭକାମନା ଦେଇଛନ୍ତିା ଓଡ଼ିଶାର ବିକାଶ ପାଇଁ କେନ୍ଦ୍ରର ପୂର୍ଣ୍ଣ ସହଯୋଗର ଆଶ୍ୱାସନା ଦେଇଛନ୍ତି ମୋଦିା ଏନେଇ ମୋଦି ଏକ ଟୁଇଟ କରିଛନ୍ତିା

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନବୀନ ପଟ୍ଟନାୟକଙ୍କୁ ଟୁଇଟ କରି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା ଓଡ଼ିଶାବାସୀଙ୍କ ସ୍ୱପ୍ନ ଓ ବିକାଶ ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ସହଯୋଗ କରିବା ନେଇ ସେ ଆଶାବାଦୀ ଥିବା ଟୁଇଟରେ ଲେଖିଛନ୍ତିା

Comment