ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀମଣ୍ଡଳ ଆଜି ଶପଥ ନେବେ। ପ୍ରଥମ ଥର ଲାଗି ଏହି ଉତ୍ସବ ରାଜଭବନ ବାହାରେ ଅନୁଷ୍ଠିତ ହେବ। ଏଥିପାଇଁ ୩୦ ପ୍ଲାଟୁନ୍ ପୋଲିସ ସହ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ମୁତୟନ ରହିବେ।
ଶପଥ ଗ୍ରହଣ ଉତ୍ସବ ଲାଗି ମଧୁସୂଦନ ମାର୍ଗକୁ ଜନସାଧାରଣଙ୍କ ଯାତାୟତ ଲାଗି ବନ୍ଦ କରାଯାଇଛି। ରାମମନ୍ଦିର ଛକରୁ ହାଉସିଂବୋର୍ଡ ଛକ ବୁଧବାର ସକାଳ ୭ଟାରୁ ଦିନ ୧୨ଯାଏଁ ସର୍ବସାଧାରଣଙ୍କ ଯାତାୟତ ବନ୍ଦ ରହିଛି। ଏହି ରୁଟରେ ଯିବାଆସିବା କରୁଥିବା ଲୋକ ଅନ୍ୟରାସ୍ତାରେ ଯାଇପାରିବେ।
ଏହି ରାସ୍ତାରେ କେବଳ ପାସଧାରୀ ଲୋକମାନେ ଯାଇପାରିବେ। ଏହାଛଡ଼ା ରାଜଧାନୀର କିଛି ଛକରେ ସର୍ବସାଧାରଣଙ୍କ ଯାତାୟତକୁ ସମ୍ପୂର୍ଣ ବନ୍ଦ ରଖାଯାଇଥିବାବେଳେ ଆଉ କିଛି ଛକରେ ରୁଟକୁ ବଦଳାଯାଇଛି। ଖାସକରି ମୁଖ୍ୟମନ୍ତ୍ରୀ ଆସିବାକୁ ଥିବା ରୁଟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।
ଆଜି ପଞ୍ଚମ ଥର ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ନବୀନ ଓ ତାଙ୍କ ମନ୍ତ୍ରିମଣ୍ଡଳ ଆସନ୍ତାକାଲି ୧୦.୩୦ରେ ଶପଥ ନେବେ। ରାଜ୍ୟପାଳ ଗଣେଷୀ ଲାଲ୍ ଏମାନଙ୍କୁ ଶପଥ ପାଠ କରାଇବେ।














