ଓଡ଼ିଶାଲାଇଭ ବ୍ୟୁରୋ

ନରେନ୍ଦ୍ର ମୋଦି ଆଜି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏଥିପାଇଁ ରାଷ୍ଟ୍ରପତି ଭବନରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ମୋଦିଙ୍କ ଏହି ଉତ୍ସବ ଲାଗି ସବୁ ପ୍ରସ୍ତୁତି ବି ବିଶେଷ ଭାବେ କରାଯାଇଛି। ଏହି ସମାରୋହ ପାଖାପାଖି ୮ହଜାରରୁ ଅଧିକ ଅତିଥି ଉପସ୍ଥିତ ହେବାର କାର୍ଯ୍ୟକ୍ରମ ଅଛି। ମୋଦିଙ୍କ ଏହି ସମାରୋହରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ଉପସ୍ଥିତ ରହିବେ ନାହିଁ।

ପ୍ରଥମେ ହାଇ ଟି ପରେ ରାତ୍ରୀ ଭୋଜନ

ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିବା ଅତିଥିମାନଙ୍କୁ ରାଷ୍ଟ୍ରପତି ଭବନ ତରଫରୁ ହାଇ ଟି ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିରେ ସମୋସା, ପନିରର ଏକ ଆଇଟମ୍ ସହ ମିଠା ବି ରହିବ। ଏହାପରେ ବିମଷ୍ଟେକ୍ ଦେଶରୁ ଆସିଥିବା ଅତିଥିମାନଙ୍କ ଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାତ୍ରୀଭୋଜନର ବ୍ୟବସ୍ଥା କରିଛନ୍ତି।

ଯାହା ସୂଚନା ମିଳିଛି ଏହି ରାତ୍ରୀଭୋଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କିଛି କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହିତ ଅନ୍ୟ ଅଧିକାରୀମାନେ ସାମିଲ ହେବେ।

ଡିନରରେ ଭେଜ୍ ଓ ନନ୍ ଭେଜ୍ 

ରାଷ୍ଟ୍ରପତିଙ୍କ ତରଫରୁ କରାଯାଇଥିବା ଡିନରରେ ମୋଟ ୩୫ ଜଣ ବିଶିଷ୍ଠ ଅତିଥି ସାମିଲ ହେବେ। ଏମାନଙ୍କ ଲାଗି ଉଭୟ ଭେଜ୍ ଓ ନନ୍ ଭେଜର ବ୍ୟବସ୍ଥା କରାଯାଇଛି। ନନ୍ ଭେଜର ମାଛ ଓ ଚିକେନ ରହିବ ସେହିପରି ଭେଜରେ ପାଳଙ୍ଗ ଶାଗ ସହ ଅନେକ ପ୍ରକାରର ଭେରାଇଟି ରହିବ।

Comment