ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଦ୍ୱିତୀୟ ଥର ଲାଗି ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି। ୨୦୧୪ ଭଳି ପ୍ରଧାନମନ୍ତ୍ରୀ ମୋଦି ଏବଂ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣର କାର୍ଯ୍ୟକ୍ରମ ହେବ। ଏଥିପାଇଁ ୬୦୦୦ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଭୁଟାନ୍, ମିଆଁମାର, ବାଙ୍ଗଳା ଦେଶ, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳରୁ ପ୍ରମୁଖ ବ୍ୟକ୍ତିମାନେ ଏହି ସମାରୋହରେ ସାମିଲ ହେବେ। ଏହାଛଡ଼ା ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛିା

ପୁଲଓ୍ୱାମା ଆକ୍ରମଣରେ ସହିଦଙ୍କ ପରିବାରଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇଛିା ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ପୀଠରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିା ଏହି ସମୟରେ ମୋଦିଙ୍କ ସହିତ ବିଜେପିର ଅନେକ ବରିଷ୍ଠ ନେତା ସାମିଲ ଥିଲୋ

ଏହାସହ ଆଜି ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତିା


















