ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଛୋଟ ବ୍ୟବସାୟୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେମାନଙ୍କ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି।
୬୦ ବର୍ଷ ପରେ ଛୋଟ ବ୍ୟବସାୟୀମାନଙ୍କୁ ମାସିକ ସର୍ବନିମ୍ନ ୩ ହଜାର ଟଙ୍କା ଲେଖାଏଁ ପେନ୍ସନ୍ ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।
ବାର୍ଷିକ ୧.୫ କୋଟି ଟଙ୍କାରୁ କମ୍ କାରବାର କରୁଥିବା ଛୋଟ ଦୋକାନୀ, ଖୁଚୁରା ବ୍ୟବସାୟୀ ଏଥିରେ ସାମିଲ ହୋଇପାରିବେ। ୧୮ରୁ ୪୦ ବର୍ଷ ବୟସର ଛୋଟ ଦୋକାନି ଏଥିରେ ନାମ ପଞ୍ଜିକରଣ କରିପାରିବେ। ଦେଶରେ ଥିବା ୩ ଲକ୍ଷ ୨୫ ହଜାର ସହଜ ଜନସେବା କେନ୍ଦ୍ରରେ ଏହି ଯୋଜନା ପାଇଁ ଆଗ୍ରହୀ ବ୍ୟବସାୟୀମାନେ ନିଜ ନାଁ ପଞ୍ଜିକୃତ କରିପାରିବେ।

















