ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଟିଭିରୁ ଯାଇ ବଲିଉଡରେ ଧୀରେଧୀରେ ପତିଆରା ବଢ଼ଉଛନ୍ତି ଅଭିନେତ୍ରୀ ମୌନି ରୟ। ହେଲେ ଏବେ ସେ ବିବାଦରେ ଅଛନ୍ତି। ମୌନି ଦାୟତ୍ୱହୀନ ବୋଲି ‘ବୋଲେ ଚୁଡ଼ିଆଁ’ ଫିଲ୍ମମେକର୍ସ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତିା ଏହି କାରଣରୁ ଫିଲ୍ମମେକର୍ସ ତାଙ୍କୁ ‘ବୋଲେ ଚୁଡ଼ିଆଁ’ରୁ ବି ଫିଲ୍ମ ବାହାର କରିଛନ୍ତିା
ରିପୋର୍ଟ ଅନୁସାରେ କିଛି ଦିନ ପୂର୍ବରୁ ମୌନି ରାୟ ଓ ନବାଜୁଦ୍ଦୀନ ସିଦକୀଙ୍କର ଏକ ନୂଆ ଫିଲ୍ମ ଘୋଷଣା ହୋଇଥିଲା। ଏହି ଫିଲ୍ମର ଟାଇଟଲ ରହିଥିଲା ‘ବୋଲେ ଚୁଡ଼ିଆଁ’। ଫିଲ୍ମ ପ୍ରତି ମୌନି ରୟଙ୍କ ଦାୟିତ୍ୱହୀନତା ଦେଖି ତାଙ୍କୁ ଫିଲ୍ମରୁ ମେକର୍ସ ବାହାର କରିଥିବା ଜଣାପଡ଼ିଛିା ଏବେ ସେ ଆଉ ଏ ଫିଲ୍ମରେ ନଜର ଆସିବେନି।
କିଛି ଦିନ ପୂର୍ବରୁ ଫିଲ୍ମର ପ୍ରଥମ ଲୁକ୍ ରିଲିଜ ହୋଇଥିଲା। ଏହି ଫିଲ୍ମ ଛାଡ଼ିବା ପରେ ତାଙ୍କୁ ଆଉ ଏକ ଫିଲ୍ମରେ ଦେଖିବାକୁ ମିଳିବା ସେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ସହ ନଜର ଆସିବୋ ଏହି ଫିଲ୍ମ ଡିସେମ୍ବର ୨୦ରେ ରିଲିଜ ହେବା
ଏହା ବ୍ୟତୀତ ଫିଲ୍ମ ‘ମେଡ ଇନ ଚାଇନା’ରେ ବି ରାଜ କୁମାର ରାଓଙ୍କ ସହ ମୌନିଙ୍କୁ ଦେଖିବାକୁ ମିଳିବା ଏହି ଫିଲ୍ମ ଅଗଷ୍ଟ ୩୦ରେ ରିଲିଜ ହେବା



















