ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷା ଫଳାଫଳ। ଏଥର ରାଜ୍ୟରେ +୨ ବିଜ୍ଞାନରେ ପାସହାର ୭୨.୩୩ ପ୍ରତିଶତ ରହିଛି। ରାଜ୍ୟରେ ୨୯ଟି କଲେଜ୍ରେ ପାସ୍ହାର ଶତ ପ୍ରତିଶତ ରହିଥିବା ବେଳେ ୯ଟି କଲେଜରେ ଫଳ ଶୂନ ହୋଇଛି। ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ତେବେ କାହିଁକି ହେଲା ୯ଟି କଲେଜ୍ରେ ରେଜଲ୍ଟ ‘ଜିରୋ’? ଏ ଦିଗରେ ତଦନ୍ତ କରାଯିବ ବୋଲି ସମୀର ଦାଶ କହିଛନ୍ତି। ଏଥିସହିତ ତଦନ୍ତ ରିପୋର୍ଟ ଅନୁଯାୟୀ ଉକ୍ତ କଲେଜଗୁଡ଼ିକ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠନ ଗ୍ରହଣ କରାଯିବା ବୋଲି ସମୀର ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଚଳିତବର୍ଷ +୨ ବିଜ୍ଞାନ ପରୀକ୍ଷା ଫଳାଫଳରେ ବାଲେଶ୍ଵର ଜିଲ୍ଲାରେ ସର୍ବାଧିକ ୮୬ ପ୍ରତିଶତ ପାସହାର ରହିଛି। ସେହିପରି ଗଜପତି ଜିଲ୍ଲାରେ ସର୍ବନିମ୍ନ ୩୬ ପ୍ରତିଶତ ପାସ୍ହାର ରହିଛି।

















