ଓଡ଼ିଶାଲାଇଭ ବ୍ୟୁରୋ

କ୍ରିକେଟ ବିଶ୍ଵକପରେ ଆଜି ଆୟୋଜକ ଇଂଲଣ୍ଡ ଭେଟିବ ପାକିସ୍ତାନକୁ। ଆଜି ଅନୁଷ୍ଠିତ ହେବାକୁ ଥିବା ଲିଗ୍ ମ୍ୟାଚରେ ଇଂଲଣ୍ଡ ତାର ବିଜୟଧାରା ବଜାୟ ରଖିବାକୁ ଚେଷ୍ଟା କରିବ। ସେହିପରି ପ୍ରଥମ ମ୍ୟାଚରେ ହୋଇଥିବା ପରାଜୟ ପରେ ପାକିସ୍ତାନ ବିଜୟଧାରାକୁ ଫେରିବଲାଗି ଚେଷ୍ଟା କରିବ।
ଉଭୟ ଟିମ୍ ଜିତିବା ନେଇ ଚେଷ୍ଟା କରୁଥିବା ବେଳେ କାହାର ପଲ୍ଲା ଭାରି ରହିବ ତାହା ମ୍ୟାଚ୍ ସରିବା ପରେ ସ୍ପଷ୍ଟ ହେବ। ଚଳିତ ବିଶ୍ଵକପର ଷ୍ଟାଡିୟମ ମଧ୍ୟରେ ଟ୍ରେଣ୍ଟ ବ୍ରିଜ୍ ହେଉଛି ସବୁଠାରୁ ଅନୁକୂଳ ପିଚ୍।
ଦ୍ରୁତଗତିରେ ବୋଲିଂ କରୁଥିବା ଜୋଫ୍ରା ଆର୍ଚରଙ୍କ ସହ ମାର୍କ ଉଡଙ୍କ ଜରିଆରେ ନୂଆବଲରେ ଆକ୍ରମଣ କରିବାକୁ ଇଂଲଣ୍ଡ ଯୋଜନା କରିପାରେ। କାରଣ ୨୦୧୫ ବିଶ୍ଵକପର ପ୍ରଥମ ରାଉଣ୍ଡରୁ ବିଦା ନେବା ପରେ ଇଂଲଣ୍ଡ ଦିନିକିଆ କ୍ରିକେଟରେ ଲଗାତାର ଭଲ ପ୍ରଦର୍ଶନ କରିଚାଲିଛି।


















