ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ୨ ବର୍ଷ ପରେ ପରଦାକୁ ଫିଲ୍ମ ‘ସୁପର ୩୦’ ନେଇ ଆସୁଛନ୍ତିା ଏହି ଫିଲ୍ମରେ ହ୍ରିତିକଙ୍କ ଚରିତ୍ରକୁ ଚାଲେଞ୍ଜିଙ୍ଗ ରୋଲ ବୋଲି ମଧ୍ୟ କୁହାଯାଉଛିା ଫିଲ୍ମର ପୋଷ୍ଟର ଓ ଟିଜର ରିଲିଜ ହେବା ପରେ ଫିଲ୍ମର ଟ୍ରେଲରକୁ ଦର୍ଶକ ଅପେକ୍ଷା କରିଥିଲେ।
ଆଜି ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛିା ଅର୍ଥାତ ହ୍ରିତିକଙ୍କ କହିବା ଅନୁସାରେ ଜୁନ ୪ରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛିା
୨ ମିନିଟ ୩୭ ସେକେଣ୍ଡର ଟ୍ରେଲରୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ଫିଲ୍ମରେ ହ୍ରିତିକ ଜଣେ ଶିକ୍ଷକ ଭୂମିକାରେ ଅଭିନୟ କରିଥିବା ଟ୍ରେଲରରୁ ଜଣାପଡ଼ୁଛିା ଫିଲ୍ମରେ ତାଙ୍କ ନାଁ ଆନନ୍ଦ କୁମାର ରହିଛିା
ଟ୍ରେଲରରେ ହ୍ରିତିକଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ ଦେଖିବାକୁ ମିଳିଛିା ଫିଲ୍ମର ଟ୍ରେଲର ଆସିବା ପରେ ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ ହେବ ବୋଲି ଅନୁମାନ କରାଯାଉଛିା
ଫିଲ୍ମକୁ ଖ୍ୟାତନାମା ନିର୍ଦ୍ଦେଶକ ବିକାଶ ବହଲ ନିର୍ଦ୍ଦେଶନା ଦେଇଛନ୍ତିା ଫିଲ୍ମଟି ଜୁଲାଇ ୧୨ରେ ରିଲିଜ ହେବା
କିଛି ଦିନ ତଳେ ହ୍ରିତିକ ସୋସିଆଲ ମିଡିଆରେ ଜୁନ୍ ୪ରେ ଟ୍ରେଲର ରିଲିଜ ହେବ ବୋଲି ସୂଚନା ଦେଇଥିଲୋ
ଏହି ଫିଲ୍ମଟି ଜାନୁଆରିରେ ରିଲିଜ ହେବାର ଥିଲା। ହେଲେ ସେହି ସମୟରେ ମଣିକର୍ଣ୍ଣିକା ରିଲିଜ ହେବାରୁ ‘ସୁପର ୩୦’ର ରିଲିଜ ଡେଟ୍ ପରିବର୍ତ୍ତନ କରାଯାଇଥିଲା।



















