ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ବିଶ୍ୱକପ୍ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନଙ୍କ ଧୂଆଁଧାର ଶତକ। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ପଡ଼ିଆକୁ ଆସିଥିଲେ ରୋହିତ ଶର୍ମା ଏବଂ ଶିଖର ଧାୱନ୍। ରୋହିତ ୫୭ ରନ୍‌ରେ ପଡ଼ିଆ ଛାଡ଼ିବା ପରେ ଧାୱନଙ୍କ ବ୍ୟାଟର ଯାଦୁ ଦେଖିବାକୁ ମିଳିଥିଲା।

ଶିଖର ଧାୱନ୍ ୯୫ ବଲ୍‌ରେ ୨୩ଟି ଚୌକା ମାରି ଏକ ଦମ୍‌ଦାର ଶତକ ଖେଳିଛନ୍ତି। ଧାୱନ୍, ରୋହିତଙ୍କ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ୨୨.୩ ଓଭର ସୁଦ୍ଧା ବିନା କୌଣସି ୱିକେଟ୍ ହରାଇ ୧୨୭ ରନ୍‌ ସଂଗ୍ରହ କରିଛି। ତେବେ ନାଥାନ୍‌ କଲ୍ଟରଙ୍କ ବଲ୍‌ରେ ରୋହିତ ଶର୍ମା କ୍ୟାଚ୍‌ଆଉଟ୍‌ ହୋଇ ହୋଇ ପାଭିଲିୟନ୍‌ ଫେରିବା ପରେ ଅଧିନାୟକ ବିରାଟ କୋହଲି ଶିଖର ଧାୱନଙ୍କ ସାଥ୍‌ ଦେଇଛନ୍ତି।

ବର୍ତ୍ତମାନ ଶିଖର ଧାୱନ୍ ଆଉଟ୍‌ ହୋଇଛନ୍ତି। ୩୬.୬ ଓଭରରେ ମିଚେଲ ଷ୍ଟାର୍କଙ୍କ ବଲ୍‌ରେ କ୍ୟାଚ୍‌ଆଉଟ୍‌ ହୋଇ ଧାୱନ୍ ପାଭିଲିୟନ୍‌ ଫେରିଛନ୍ତି। ଧାୱନଙ୍କ ବଦଳରେ ପରବର୍ତ୍ତୀ ବ୍ୟାଟ୍ସମ୍ୟାନ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ମଙ୍ଗ ଧରିଛନ୍ତି। ବର୍ତ୍ତମାନ କ୍ରିଜ୍‌ରେ କୋହଲି ଏବଂ ପାଣ୍ଡ୍ୟା।

LEAVE A REPLY

Please enter your comment!
Please enter your name here