ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାକୁ ମୌସୁମୀ ଛୁଇଁବାକୁ ଥିବା ବେଳେ ରାଜ୍ୟରେ ତାପମାତ୍ରା ଦିନକୁ ଦିନ କମିବାରେ ଲାଗିଛି। ଏଣେ ସନ୍ଧ୍ୟା ସମୟରେ ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରୁ ପ୍ରବଳ ବର୍ଷା ହେଉଛି।

ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା, ଝଡ଼ତୋଫାନ ଓ ବଜ୍ରପାତ ହେବାର ଆଶଙ୍କା କରାଯାଉଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।

ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଯାଜପୁର, କଟକ ଓ ନୟାଗଡ଼ ଜିଲ୍ଲାରେ ଆଜି ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି।

ସନ୍ଧ୍ୟା ୫ଟା ଯାଏଁ ଉପରୋକ୍ତ ସ୍ଥାନଗୁଡ଼ିକରେ ବର୍ଷା ଓ ବଜ୍ରପାତ ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ବଜ୍ରପାତକୁ ସତର୍କ କରାଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

LEAVE A REPLY

Please enter your comment!
Please enter your name here