ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ କ୍ରିକେଟ ଟିମର ଦିଗଜ୍ଜ ଖେଳାଳୀ ଯୁବରାଜ ସିଂ ଇଣ୍ଟରନ୍ୟାସନାଲ କ୍ରିକେଟକୁ ଅଲବିଦା କହି ଦେଇଛନ୍ତି, ଅର୍ଥାତ ୟୁଭି କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସୋମବାର ସେ ସାଉଥ ମୁମ୍ବାଇର ଏକ ହୋଟେଲରେ ଏହା ଘଷୋଣା କରିଛନ୍ତି।

ଯୁବରାଜ ଅନେକ ଦିନ ହେବ ଭାରତୀୟ ଟିମରେ ସାମିଲ ନଥିଲେ। ସେ ଶେଷଥର ଭାରତୀୟ ଟିମ ଲାଗି ୨୦୧୭ର ଚମ୍ପିଆନ୍ସ ଟ୍ରଫି ଖେଳିଥିଲେ।

୨୦୦୦ମସିହା ଅକ୍ଟୋବର ୩ରେ ଭାରତୀୟ ଟିମ୍ ଲାଗି ପ୍ରଥମ ଥର ଖେଳିଥିବା ଯୁବରାଜ ସିଂ ମୋଟ ୩୦୮ଟି ୱାନଡେ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଛନ୍ତି। ସେ ଏଥିରେ ମୋଟ ୮୭୦୧ ରନ୍ କରିଛନ୍ତି, ଯେଉଁଥିର ୫୨ଟି ଅର୍ଦ୍ଧଶତକ, ୧୪ଟି ଶତକ ସାମିଲ ଅଛି। ୱାନଡେ କ୍ରିକେଟରେ ଯୁବରାଜଙ୍କ ସର୍ବାଧିକ ସ୍କୋର ୧୫୦ରନ ଥିଲା।

ୱାନଡେ ଛଡ଼ା ଯୁବରାଜ ଟେଷ୍ଟ କ୍ରିକେଟରେ ଭାରତ ଲାଗି ୪୦ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ମୋଟ ୧୯୦୦ ରନ୍ ସାମିଲ ଅଛି। ୩ଟି ଶତକ ଥିବା ବେଳେ ୧୧ଟି ଅର୍ଦ୍ଧଶତକ ଥିଲା କରିଥିଲେ ଯୁବରାଜ ସିଂ।

ସେହିପରି ଟି-୨୦ରେ ତାଙ୍କର ପରିଚୟ କିଛି ଅଲଗା ଥିଲା। ସେ ମୋଟ ୫୮ଥର ମୈଦାନକୁ ଓହ୍ଲାଇଛନ୍ତି, ଟି-୨୦ରେ ଯୁବରାଜ ମୋଟ ୧୧୭୭ ରନ୍ କରିଛନ୍ତି ଯେଉଁଥିରୁ ୫୦ରୁ ଅଧିକ ଅର୍ଦ୍ଧଶତକ ସାମିଲ ଅଛି।

LEAVE A REPLY

Please enter your comment!
Please enter your name here