ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ ମହାସମରରେ ଆଜି ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ୍। ଟସ୍‌ ଜିତି ଇଣ୍ଡିଜ୍‌ ଦଳର ବୋଲିଂ ନିଷ୍ପତ୍ତି।

ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ରେ ଆଜି ଦକ୍ଷିଣ ଆଫ୍ରିକାକୁ ଭେଟିବ ୱେଷ୍ଟଇଣ୍ଡିଜ୍‌। ଅପରାହ୍‌ଣ ୩ରେ ସାଉଥମ୍ପଟନ୍‌ର ରୋଜ୍‌ ବାଉଲ୍‌ରେ ଏହି ମ୍ୟାଚ୍‌ ଖେଳାଯାଉଛି। ତେବେ ଟସ୍‌ ଜିତି ଇଣ୍ଡିଜ୍‌ ଟିମ୍‌ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ଚଳିତ ବିଶ୍ୱକପ୍‌ରେ ୱେଷ୍ଟଇଣ୍ଡିଜ୍‌ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍‌ ଖେଳିଛି ସେଥିମଧ୍ୟରୁ ପାକିସ୍ତାନଠାରୁ ଜିତି ଥିବା ବେଳେ ଅଷ୍ଟ୍ରେଲିଆଠାରୁ ହାରିଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳି ୩ଟି ଯାକରେ ହାରିଛି।

ଆଜିର ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। ଦେଖିବାକୁ ଗଲେ ଚଳିତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ସ୍ଥିତି ଖରାପ ରହିଛି। ତେବେ ଆଜିର ମ୍ୟାଚ୍‌ରେ ନିଜ ପ୍ରଦର୍ଶନର ସୁଧାର ଆଣିଲେ ନିଜ କ୍ରମାଗତ ପରାଜୟକୁ ଭାଙ୍ଗି ଆଗକୁ ବଢ଼ିପାରିବ ଦକ୍ଷିଣ ଆଫ୍ରିକା।

Comment