ଓଡ଼ିଶାଲାଇଭ ବ୍ୟୁରୋ
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ପହଞ୍ଚିସାରିଥିଲେ ବି ଓଡ଼ିଶାରେ ତାତି ରେ ସେମିତି କୌଣସି ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ। ସେପଟେ କେରଳ ମୌସୁମୀ ଛୁଇଁବା ପରେ ଦେଶର ଅନ୍ୟ କିଛି ସ୍ଥାନରେ ପାଗ ଏବେ ଅନୁକୂଳ ହେଉଛି।
ରାଜ୍ୟରେ ଗତ ୨ଦିନ ହେବ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ସେପଟେ ସୋମବାର ଗରମ ଅନୁଭୂତ ହେଉଛି। ତାତି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ରବିବାର 9 ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ସେପଟେ ଦକ୍ଷିଣ-ପୂର୍ବ ଆରବ ସାଗରରେ ସୃଷ୍ଟ ଲଘୁଚାପ ଏବେ ସକ୍ରିୟ ରହିଛି।
ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏବା ଅବପାତର ରୂପ ନେଇ ଉତ୍ତର,ଉତ୍ତରପଶ୍ଚିମ ଦିଗକୁ ଗତି କରି ଘୂର୍ଣ୍ଣିଝଡ଼ର ରୂପ ନେବାର ସମ୍ଭାବନା ରହିଛି। ଅନ୍ୟପଟେ ରଜ ସୁଦ୍ଧା ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି।