ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଉପକୂଳ ଆଡ଼କୁ ମୌସୁମୀ ଅଗ୍ରସର ହେଉଛି ହେଲେ ରାଜ୍ୟରେ ତାତିର ପ୍ରଭାବ କମିବାର ନାଁ ଧରୁନି। ସୋମବାର ରାଜ୍ୟର ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସବୁଠୁ ଉତ୍ତପ୍ତ ସହର ଭାବେ ହୀରାକୁଦରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି।

ସୋମବାର ହୀରାକୁଦ ୪୪.୮, ସମ୍ବଲପୁର ୪୪.୬ ଡିଗ୍ରୀ, ଟିଟିଲାଗଡ଼ ୪୩.୬ ଡିଗ୍ରୀ, ଝାରସୁଗୁଡ଼ା ୪୩.୨ ଡିଗ୍ରୀ, ବଲାଙ୍ଗିର ୪୨.୫ ଡିଗ୍ରୀ, ସୋନପୁର ୪୧.୮ ଡିଗ୍ରୀ, ଅନୁଗୁଳ ୪୧.୧ ଡିଗ୍ରୀ, ତାଳଚେର ୪୦.୫, ଡିଗ୍ରୀ ଫୁଲବାଣୀ ୪୦.୪ ଡିଗ୍ରୀ, ଭବାନୀପାଟଣା ୪୦.୨ ଡିଗ୍ରୀ, ସୁନ୍ଦରଗଡ଼ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ବର୍ତ୍ତମାନ ମୌସୁମୀ କେରଳରେ ପ୍ରବାହିତ ହେଉଛି। ଆଉ ଏକ ସପ୍ତାହ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ। ହେଲେ ଏଣେ ଓଡ଼ିଶାରେ ତାତିର ପ୍ରଭାବ କମିବାର ନାଁ ଧରୁନି। ତେବେ ସନ୍ଧ୍ୟାରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖି ଯୋଗୁଁ ଝଡ଼ବର୍ଷା ହେବା ପାଣିପାଗ କେନ୍ଦ୍ର ଆଶଙ୍କା କରିଛି।

Comment