ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟକୁ ନେଇ ଚର୍ଚ୍ଚାରେ ରହୁଥିବା ଯୁବରାଜ ସିଂହ ତାଙ୍କ ପ୍ରେମକୁ ନେଇ ବି ଚର୍ଚ୍ଚାରେ ରହିଥିଲେ।

ସାଧାରଣତଃ ଷ୍ଟାରମାନଙ୍କ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚା ଚାଲିଥାଏ। ସେହି ଚର୍ଚ୍ଚିତ ଷ୍ଟାରମାନଙ୍କ ମଧ୍ୟରେ କ୍ରିକେଟର ଯୁବରାଜ ସିଂହ ମଧ୍ୟ ରହିଛନ୍ତି। କେତେବେଳେ କ୍ରିକେଟକୁ ନେଇତ କେତେବେଳେ କ୍ୟାନସରକୁ ନେଇ ଆଉ କେତେବେଳେ ତାଙ୍କ ଲଭଷ୍ଟୋରି ପାଇଁ ଚର୍ଚ୍ଚାରେ ରହିଛନ୍ତି।

ହେଲେ ୟୁବି ସବୁଠୁ ଅଧିକ ଚର୍ଚ୍ଚା ତାଙ୍କ ପ୍ରେମ କାହାଣୀକୁ ନେଇ ହୋଇଥିଲେ; କାରଣ ବଲିଉଡର ଅନେକ ହିରୋଇନଙ୍କ ନାମ ସହ ତାଙ୍କ ନାମ ଯୋଡ଼ି ହୋଇଥିଲା। ହେଲେ ସେ ବ୍ରିଟେନର ଜଣେ ମଡେଲ ହେଜେଲ କିଚ୍‌ଙ୍କ ପ୍ରେମରେ ପଡ଼ି ଶେଷରେ ତାଙ୍କୁ ବିବାହ କରିଥିଲେ।

ତେବେ ଯୁବରାଜଙ୍କ ପତ୍ନୀ ହେଜେଲ ହେଉଛନ୍ତି ଜଣେ ମଡେଲ ଏବଂ ଅଭିନେତ୍ରୀ। ସେ ବଲିଉଡରେ କେତେକ ପିଲ୍ମରେ ବି ନଜର ଆସିଛନ୍ତି।

ସେ ଫିଲ୍ମ ବଡିଗାର୍ଡରେ ହିଁ ଅଧିକ ଚର୍ଚ୍ଚାକୁ ଆସିଥିଲେ। ଏହି ଫିଲ୍ମରେ ସେ କରୀନା କପୁରଙ୍କ ସାଙ୍ଗ ଚରିତ୍ରରେ ଅଭିନୟ କରିଥିଲେ।

ଯୁବରାଜଙ୍କୁ  ବିବାହ କରିବା ପୂର୍ବରୁ ସେ ବିଭିନ୍ନ ରିଆଲିଟି ଶୋରେ ନଜର ଆସିଥିଲେ। ‘ବିଗ ବସ୍’, ‘ଝଲକ ଦିଖ୍‌ଲେ ଆଜା’ରେ ବି ନଜର ଆସିଥିଲେ।

ଏକ ସାକ୍ଷାତକାରରେ ଯୁବରାଜ କହିଥିଲେ ହେଜଲ ତାଙ୍କୁ ପ୍ରଥମ ଦେଖାରେ ହିଁ ପସନ୍ଦ ଆସିଥିଲେ କିନ୍ତୁ ମନର କଥା କହିବାକୁ ତାଙ୍କୁ ତିନି ବର୍ଷ ଲାଗିଥିଲା।

‘ଦ କପିଲ ଶର୍ମା ଶୋ’ରେ ଦୁହେଁ ଅତିଥି ଭାବେ ଯୋଗ ଦେଇ ଏକଥାର ଖୁଲାସା କରିଥଲେ। ସେହି ଶୋରେ ଯୁବରାଜ କହିଥିଲେ ଯେ ହେଜେଲ ପ୍ରଥମେ ପ୍ରଥମେ ତାଙ୍କୁ ଇଗନୋର କରୁଥିଲେ। ଫେସ୍‌ବୁକରେ ୟୁବିଙ୍କ ଫ୍ରେଣ୍ଡ ରିକ୍ଵେଷ୍ଟ ହିଜେଲ ୩ ମାସ ପରେ ଆସେପ୍ଟ କରିଥିଲେ।

ଆଶ୍ଚର୍ଯ୍ୟର କଥା ହେଜେଲଙ୍କୁ କ୍ରିକେଟ ଆଦୌ ପସନ୍ଦ ନୁହେଁ ବୋଲି ସେ ସେହି ଶୋରେ କହିଥିଲେ।

ପରବର୍ତ୍ତୀ ସମୟରେ ହିଜେଲଙ୍କୁ ସେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଦୁହେଁ ୨୦୧୬ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

LEAVE A REPLY

Please enter your comment!
Please enter your name here